ଦଶ ବର୍ଷର ଅନାଥ ଶିଶୁ ରାହୁଲ ଷଣ୍ଢକୁ ଧନକଉଡା ବ୍ଲକ ଉନ୍ନୟନ ଅଧିକାରୀ ସାହାଯ୍ୟ ର ହାତ ବଢ଼ାଇଲେ

ସମ୍ବଲପୁର: ଗୁରୁବାର ସମ୍ବଲପୁର ଜିଲ୍ଲା, ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ଜଗଦୀଶ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ ଲିଭର ସିରୋସିସ ରେ ଓ ତାଙ୍କ ପତ୍ନୀ ଜୟନ୍ତୀ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ କରୋନାରେ ମୃତ୍ୟୁ ହୋଇଯଇଛି , ତାଙ୍କ ପୁଅ ଅନାଥ ରାହୁଲ ଷଣ୍ଢ(୧୦) ଓ ପରିବାର ବର୍ଗଙ୍କୁ ଆଜି ଧନକଉଡା ବ୍ଲକ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ସାହାଯ୍ୟ ର ହାତ ବଢ଼ାଇଲେ ଓ ଭେଟି ସମବେଦନା ଜଣାଇଲେ , ଆର୍ଥିକ ସାହାର୍ଯ୍ୟ କଲେ ଓ ସମସ୍ତ ପ୍ରକାର ସରକାରୀ ସାହାର୍ଯ୍ୟ ପାଇବାର ବ୍ୟବସ୍ଥା କରିବାକୁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବୀରେନ୍ଦ୍ର ପାଢ଼ୀ ଙ୍କୁ କହିଲେ, ତାଙ୍କ ସହିତ ଚାଇଲଡଲାଇନ ସମ୍ବଲପୁର ରୁ ଜ୍ୟୋତି ସତପଥି ଓ ନରେଶ ପ୍ରଧାନ, ପ୍ରକୃତିବନ୍ଧୁ ଦେବାଶିଷ ସାହୁ,ସମାଜସେବୀ ଚତୁର୍ଭୁଜ ଗରଡ଼ିଆ,ସଂକିର୍ତନ ପ୍ରଧାନ ପ୍ରଭୃତି ଉପସ୍ଥିତ ଥିଲେ l

Comments are closed.