ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ

ସମ୍ବଲପୁର : ଗତକାଲି ବିବାହ ସରିବା ପରେ ଦେବ ଦମ୍ପତ୍ତି ଦୁଇଦିନ ଧରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ । ଆଉ ଆଜି ଅପରାହ୍ନରେ ମନ୍ଦିର ପ୍ରବେଶ କରିଛନ୍ତି । ଏହାସହ ଶେଷ ହୋଇଛି ଏବର୍ଷର ଶୀତଳଷଷ୍ଠୀ ଯାତ୍ରା । ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ବିଧିରକ୍ଷା ମଧ୍ୟରେ ଏବର୍ଷର ଷଷ୍ଠୀ ଯାତ୍ରା ସଂପନ୍ନ ହୋଇଯାଇଛି ।

ଦେବ ଦେହ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ଆରମ୍ଭ ହୋଇଥିଲା ବିବାହ । ଗତକାଲି ଭୋରରେ ବ୍ରାହ୍ମ ମୁହୁର୍ତ୍ତରେ ସଂପୂର୍ଣ ଲୌକିକ ନୀତିରେ ପଡିଥିଲା ହାତଗଣ୍ଠି । ଆଉ ବିବାହ ପରଠାରୁ ବାହା ମଣ୍ଡପରେ ହିଁ ଦୁଇଦିନ ଧରି ଚାଲିଥିଲା ଯୁଗଳ ଦର୍ଶନ । କୋଭିଡ୍ ପାଇଁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାତିଲ ହୋଇଥିବା ବେଳେ ଏଥିପାଇଁ ମଣ୍ଡପରେ ହିଁ ଏହି ଦୁର୍ଲଭ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ । ତେବେ , ଏଥି ପାଇଁ ସରକାରଙ୍କ ସମସ୍ତ କୋଭିଡ ନିୟମ ପାଳନ କରାଯାଇଥିଲା ।

ଆଉ ଦୁଇଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ଅପରାହ୍ନରେ ନବ ବିବାହିତ ଦେବଦମ୍ପରି ମନ୍ଦିରକୁ ପ୍ରବେଶ କରିଛନ୍ତି । ନନ୍ଦପଡାର ବଂରାଡ ବାଲୁଙ୍କେଶ୍ଵର ବାବା , ଝାଡୁଆପଡାର ଲୋକନାଥ ବାବା , ମୁଦିପଡାର ଜାଗେଶ୍ଵର ବାବାଙ୍କ ସମେତ ବଡବଡାରର ଶୀତଳେଶ୍ବର ବାବା , ବାଲିବନ୍ଧାର ସୋମନାଥ ବାବା , ବୁଢାରଜାର ପାହାଡେଶ୍ଵର ବାବା , ଠାକୁରପଡାର ଗୁପ୍ତେଶ୍ବର ବାବା , ଦୁର୍ଗାପାଲିର ଗୁଡେଶ୍ଵର ବାବା ଆଦି ସମସ୍ତ ମନ୍ଦିରରେ ଯୁଗଳ ଦର୍ଶନ ପରେ ଶିବ ପାର୍ବତୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ସହିତ ଏବର୍ଷର ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ସଂପନ୍ନ ହୋଇଛି ।

Comments are closed.