ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିଜୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମମତା

କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ନନ୍ଦିଗ୍ରାମରେ ଭୋଟ୍ ଗଣତିରେ ଅନିୟମିତତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମମତାଙ୍କ ପିଟିସନ୍ ଉପରେ ଆଜି ଶୁଣାଣି ହେବା ସମ୍ଭାବନା ରହିଛି ।

ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ମମତା ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରି ଯାଇଥିଲେ । ଶୁଭେନ୍ଦୁ ୧୯୫୬ ଭୋଟ୍‌ରେ ମମତାଙ୍କୁ ପରାସ୍ତ କରିଥିଲେ । ଶୁଭେନ୍ଦୁଙ୍କୁ ଏହି ସିଟ୍‌ରେ ମୋଟ ୧୧୦୭୬୪ ଭୋଟ୍ ମିଳିଥିବା ବେଳେ ମମତା ୧୦୮୮୦୮ ପାଇଥିଲେ । ସେତେବେଳେ ହିଁ ମମତା ନନ୍ଦିଗ୍ରାମରେ ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଏବଂ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଘୋଷଣା କରିଥିଲେ ।

Comments are closed.