ବିଶ୍ୱର ୨୯ ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ‘ଲମ୍ବାଡା’ ଠାବ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଏକ ଆଉ ନୂଆ ଭାରିଆଣ୍ଟ୍ ଠାବ ହୋଇଛି । ‘ଲମ୍ବାଡା’ ନାମକ ଏହି ନୂଆ ଭାରିଆଣ୍ଟ୍ ବିଶ୍ୱର ୨୯ ଦେଶରେ ଠାବ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ପଷ୍ଟ କରିଛି । କୋଭିଡ୍‌-୧୯ର ‘ଲମ୍ବାଡା ଭାରିଆଣ୍ଟ’ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ପେରୁରେ ମିଳିଥିଲା । ଏବେ ଏହି ଭାରିଆଣ୍ଟ୍ ଦକ୍ଷିଣ ଆମେରିକାର ପ୍ରାୟ ୨୯ ଦେଶକୁ ବ୍ୟାପିଛି ବୋଲି ଡବ୍ଲ୍ୟୁଏଚ୍‌ଓ ଏହାର ସାପ୍ତାହିକ ଅପଡେଟ୍‌ରେ କହିଛି । । ଏ ଦୃଷ୍ଟିରୁ ଏହାକୁ ‘ଗ୍ଲୋବାଲ୍ ଭାରିଆଣ୍ଟ୍ ଅଫ୍ ଇଣ୍ଟରେଷ୍ଟ’ ଭାବେ ବର୍ଗୀକରଣ କରିଛି ଡବ୍ଳ୍ୟୁୃଏଚ୍‌ଓ ।

କୋଭିଡ୍‌-୧୯ର ଲମ୍ବାଡା ଭାରିଆଣ୍ଟ୍ ଯୋଗୁଁ ପେରୁରେ ସଂକ୍ରମଣ ବଢ଼ୁଛି । ପେରୁର ୮୧ ପ୍ରତିଶତ ମାମଲାରେ ଏହି ଭାରିଆଣ୍ଟ୍‌ର ନମୁନା ମିଳିଛି । ସେହିପରି ଆଉ ଏକ ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ମଧ୍ୟ ଏହି ଭାରିଆଣ୍ଟର ତୀବ୍ରତା ଦେଖିବାକୁ ମିଳିଛି । ଚିଲିରେ ଗତ ୬୦ ଦିନ ରିପୋର୍ଟ ହୋଇଥିବା କୋଭିଡ୍ ମାମଲାର ୩୨ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ଏହି ଭାରିଆଣ୍ଟ୍‌ର ଚିହ୍ନଟ ହୋଇଛି ।
ଡବ୍ଲୁଏଚ୍‌ଓ କହିଛି ଯେ, ଲମ୍ବାଡା ଭାରିଆଣ୍ଟ୍ ର ମ୍ୟୁଟେସନ ହେଲେ ଏହା ସଂକ୍ରମଣକୁ ଆହୁରି ବ୍ୟାପକ କରିପାରେ ଏବଂ ଆଣ୍ଟିବଡ଼ିକୁ ମଧ୍ୟ ଭେଦ କରିପାରେ । ତେବେ ଏହି ନୂଆ ଭାରିଆଣ୍ଟ୍ କେତେ ଘାତକ ଓ ଶକ୍ତିଶାଳୀ ସେନେଇ ଏବେ ବି ଗବେଷଣା ଜାରି ରହିଛି ।

Comments are closed.