ଭୁବନେଶ୍ୱର ଓ ଭଦ୍ରକରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର- ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ବ୍ରାଉନସୁଗାର ଜଳେଶ୍ୱରରୁ ଆସୁଥିଲା । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଉଛି । ସେପଟେ ଭଦ୍ରକ ନଙ୍ଗାମହଲାରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱରରୁ ଆଣି ଭଦ୍ରକ ଟାଉନରେ ବିକ୍ରି କରୁଥିବା ବେଳେ ଜମାଲୁଦ୍ଦିନ ଖାନ ଓ ଶେଖ୍ ରଫିକଙ୍କୁ ଗିରଫ କରାଯାଇଛି ।

Comments are closed.