ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଆରମ୍ଭ

ଚିଲିକା- ଚିଲିକା ହ୍ରଦରେ ବେଆଇନ ଚିଙ୍ଗୁଡି ଘେରା ଉଚ୍ଛେଦ ଆରମ୍ଭ ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଡିଆକୁଦା, ବୁଧିବର ଗାଁ ନିକଟରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଚିଙ୍ଗୁଡି ଘେରି ଉଚ୍ଛେଦ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚିଲିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଭସାପୋଲ ଉପରେ ଜେସିବି ସାହାଯ୍ୟରେ ଚିଲିକାରୁ ଘେରି ଉଚ୍ଛେଦ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୫ ଦିନ ଧରି ଘେରି ଉଚ୍ଛେଦ ପ୍ରକ୍ରିୟା ଚାଲିବ ।

Comments are closed.