ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ, ମ୍ୟାଟ୍ରିକ ମାର୍କ ଭିତ୍ତିରେ ହେବ ମୂଲ୍ୟାୟନ

ଭୁବନେଶ୍ୱର- ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ମ୍ୟାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ ଭିତ୍ତିରେ ହେବ । ଏକ୍ସ ରେଗୁଲାର ପିଲାଙ୍କ ମାର୍କିଂ ପୂୂର୍ବଥର ଯୁକ୍ତ ଦୁଇ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ଏଥର ମାର୍କିଂ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କହିଛି । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନ ହେବେ, ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅଫଲାଇନରେ ପରୀକ୍ଷା ଦେଇହେବ ।

କରୋନା ସ୍ଥିତିକୁ ଦେଖି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହେଲା ପରେ ରାଜ୍ୟ ସରକାର ମଧ୍ୟ ଦଶମ ଓ ଯୁକ୍ତଦୁଇ ପରୀକ୍ଷା ବାତିଲ କରିଥିଲେ । କିନ୍ତୁ କେଉଁ ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ କରାଯିବ, ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ପାଇଁ ବିଶେଷଜ୍ଞ କମିିଟି ଗଠନ ହୋଇଥିଲା ।

Comments are closed.