ସୁନାମଧନ୍ୟ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଚର୍ଚ୍ଚିତ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । ତାଙ୍କର ପରଲୋକର ଖବର ପାଇ ସମ୍ପୂର୍ଣ୍ଣ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତପୁ ଆଖି ବୁଜିଛନ୍ତି । ତପୁ ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ଅକ୍ସିଜେନ ନେବାରେ ସେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed.