ରାଜ୍ୟରେ ଆଉ ୩ ହଜାର ୫୭୭ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାରରୁ ତଳେ ରହିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୯ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧, କଟକରୁ ୪୦୭, ଯାଜପୁରରୁ ୩୩୭, ପୁରୀରୁ ୨୩୭, ବାଲେଶ୍ୱରରୁ ୨୦୫, ମୟୂରଭଞ୍ଜରୁ ୧୮୭, ଭଦ୍ରକରୁ ୧୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପାରୁ ୧୪୧, ଅନୁଗୁଳ ଜିଲ୍ଲାରୁ ୧୨୭, ନୟାଗଡରୁ ୧୧୪, ଜଗତସିଂହପୁରରୁ ୧୦୩, ଢେଙ୍କାନାଳରୁ ୯୬, ରାୟଗଡାରୁ ୮୮, ମାଲକାନଗିରିରୁ ୮୬, କେନ୍ଦୁଝରରୁ ୬୧, କୋରାପୁଟରୁ ୫୯, ବୌଦ୍ଧରୁ ୫୯, ନବରଙ୍ଗପୁରରୁ ୫୭, ବରଗଡରୁ ୫୧, ସୁନ୍ଦରଗଡରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୧,ବଲାଙ୍ଗିରରୁ ୩୬, ସମ୍ବଲପୁରରୁ ୩୧, ସୋନପୁରରୁ ୨୯, ଗଜପତିରୁ ୨୯, ଗଞ୍ଜାମରୁ ୨୭, ନୂଆପଡାରୁ ୧୯, ଝାରସୁଗୁଡାରୁ ୧୩, ଦେବଗଡରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୮ ଲକ୍ଷ ୩୫ ହଜାର ୧୩୨ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୩୮ ହଜାର ୭୨୭ ।

Comments are closed.