ଜାମ୍ମୁକାଶ୍ମୀର: ଲସ୍କର କମାଣ୍ଡର ସହ ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୋପୋରରେ ଲସ୍କରର ତିନି ଆତଙ୍କାବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ । ସୋମବାର ଭୋରରେ ବାରାମୁଲା ଜିଲ୍ଲାର ସୋପୋରରେ ଘଟିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କରର ଜଣେ ଟପ୍ କମାଣ୍ଡର ମୁଦ୍ଦାସିର ପଣ୍ଡିତ ବି ଅଛି । କିଛି ଦିନ ମଧ୍ୟରେ କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତିନି ପୋଲିସକର୍ମୀଙ୍କ ସହ ଦୁଇଜଣ ସ୍ଥାନୀୟ ନେତା ଓ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହି ସବୁ ଆକ୍ରମଣରେ ମୁଦ୍ଦାସିରର ଭୂମିକା ଥିଲା ।

କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ମୁଦ୍ଦାସିର କାଶ୍ମୀର ଘାଟିରେ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା । ଲସ୍କରର ଏହି କମାଣ୍ଡର ମାର୍ଚ୍ଚ ୨୯ରେ ସୋପୋରର ଲୋନ୍ ବିଲ୍ଡିଂ ନିକଟରେ ଦୁଇଜଣ ପୌର ପରିଷଦ ସଦସ୍ୟଙ୍କୁ ଗୁଳିମାରି ହତ୍ୟା କରିଥିଲା ।

Comments are closed.