ବିଜେପି ବିରୋଧରେ ମହାମେଣ୍ଟ ଯୋଜନା? ଆସନ୍ତାକାଲି ବିରୋଧୀ ଦଳଙ୍କୁ ନେଇ ବୈଠକ କରିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ନିଜ ବାସଭବନରେ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ଓ ଜାତୀୟ ରାଜନୀତି ସରଗରମ ହୋଇଛି । ଏହି ବୈଠକରେ ୧୫ରୁ ୨୦ ଦଳର ନେତା ଯୋଗ ଦେବା ସମ୍ଭାବନା ରହିଛି ।

ଏହା ପୂର୍ବରୁ ପାୱାର ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ଦୁଇ ଦୁଇଥର ସାକ୍ଷାତ କରିସାରିଲେଣି । ଆଜି ଦିଲ୍ଲୀରେ ଉଭୟେ ପରସ୍ପରକୁ ଭେଟିଛନ୍ତି ।
ନିକଟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ‘ରାଷ୍ଟ୍ର ମଞ୍ଚ’ ନାମରେ ଏକ ସଂଗଠନ ଅଛି । ଏହି ସଂଗଠନ ଆନୁକୂଲ୍ୟରେ ଆସନ୍ତାକାଲି ପାୱାରଙ୍କ ବାସଭବନରେ ବିରୋଧୀ ଦଳଙ୍କ ବୈଠକ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନକୁ ଆଉ ତିନି ବର୍ଷ ବାକି ଥିବାବେଳେ ବିଜେପି ବିରୋଧରେ ସବୁ ବିରୋଧୀ ଦଳକୁ ନେଇ ଏକ ମହାମେଣ୍ଟ ଗଠନ କରିବାର ଯୋଜନା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.