କ୍ରମାଗତ ଦ୍ବିତୀୟ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା, କେବଳ ଅନଲାଇନ୍ ଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁଁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ଗତ ବର୍ଷ ମଧ୍ୟ କୋଭିଡ-୧୯ କାରଣରୁ ଅମରନାଥ ଯାତ୍ରା ବାତିଲ ହୋଇଥିଲା। ତେବେ ଭକ୍ତମାନେ ଜୁନ୍ ୨୮ ରୁ ଅନଲାଇନ୍ ଦର୍ଶନ ପାଇପାରିବେ |

ହିମାଳୟର ୩୮୮୦ ମିଟର ଉଚ୍ଚରେ ଅବସ୍ଥିତ ଭଗବାନ ଶିବଙ୍କ ଗୁମ୍ଫା ମନ୍ଦିରକୁ ୫୬ ଦିନିଆ ଯାତ୍ରା ଜୁନ୍ ୨୮ରେ ପହଲଗାମ ଏବଂ ବାଲ୍ଟାଲ ମାର୍ଗ ଦେଇ ଆରମ୍ଭ ହୋଇ ଅଗଷ୍ଟ ୨୨ ରେ ଶେଷ ହୋଇଥାଆନ୍ତା । ଏଥିପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ସାମ୍ପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଯାତ୍ରା ବାତିଲ କରାଯାଇଛି ।

Comments are closed.