ସବୁ ରାଜ୍ୟ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପଦ୍ଧତି ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପଦ୍ଧତି ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସବୁ ରାଜ୍ୟ ବୋର୍ଡକୁ ଏକକ ମୂଲ୍ୟାୟନ ପଦ୍ଧତି ଆପଣାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି ।

ଜଷ୍ଟିସ୍ ଏଏମ୍ ଖାଲୱିଲକର ଏବଂ ଜଷ୍ଟିସ୍ ଦିନେଶ ମହେଶ୍ୱରୀଙ୍କ ଖଣ୍ଡପୀଠ କହିଛନତ୍‌ି ଯେ, ଆମେ ଏକକ ମୂଲ୍ୟାୟନ ପଦ୍ଧତି ପାଇଁ ଆଦେଶ ଦେବୁ ନାହିଁ । ସବୁ ବୋର୍ଡ ମାନଙ୍କୁ ନିଜସ୍ୱ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରିବାକୁ ପଡିବ । ଏବଂ ଏହା ସେମାନେ ଭଲ ଭାବେ ଜାଣନ୍ତି । ଏଥିପାଇଁ ସେମାନଙ୍କୁ ପରାମର୍ଶ ଦେବାକୁ ବିଶେଷଜ୍ଞ ଅଛନ୍ତି । ସବୁ ବୋର୍ଡ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ସ୍ୱାଧୀନ ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ନିବେଦନ କରି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଅଧିକାଂଶ ରାଜ୍ୟ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିବା ବେଳେ ଦେଶର ସବୁ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପଦ୍ଧତି ଲାଗୁ କରିବା ପାଇଁ ଆବେଦନରେ ଯୁକ୍ତି କରାଯାଇଥିଲା ।

Comments are closed.