ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ୮୬୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଦୁଇ ତିନି ଦିନ ଧରି ଏହି ସଂଖ୍ୟା ୮ ଶହରୁ ତଳେ ରହିଥିଲା ବେଳେ ଗତ ୨୪ ଘଂଟାରେ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୨ ଓ ସ୍ଥାନୀୟ ଅଂଚଳରୁ ୩୬୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨, ସୁନ୍ଦରଗଡ ଜିଲ୍ଲାରୁ ୮୨, କଟକରୁ ୬୫, ବାଲେଶ୍ୱରରୁ ୫୨, ମୟୂରଭଞ୍ଜ ଜିଲ୍ଲାରୁ ୪୬, ଅନୁଗୁଳରୁ ୪୧, ଜଗତସିଂହପୁରରୁ ୩୮, ନୂଆପଡାରୁ ୩୩, ପୁରୀରୁ ୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୯୨୦କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୩ ଲକ୍ଷ ୪୭୪ ସୁସ୍ଥ ହୋଇଛନ୍ତି । ୮ ହଜାର ୮୧୮ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.