ଦିନକ ପରେ ପୁଣି ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି, ୩୫୫୪ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ପୁଣି ବୃଦ୍ଧି ହୋଇଛି । ଦିନକରେ ୩ ହଜାର ୫୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୨୮ ଏବଂ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୫୨୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୫୧, କଟକରୁ ୫୦୧,ବାଲେଶ୍ୱରରୁ ୨୭୧, ଯାଜପୁରରୁ ୨୫୬, ପୁରୀରୁ ୨୩୩, ମୟୂରଭଞ୍ଜରୁ ୧୯୬, ଭଦ୍ରକରୁ ୧୫୮, ଜଗତସିଂହପୁରରୁ ୧୪୫, ଅନୁଗୁଳରୁ ୧୩୩, କେନ୍ଦ୍ରାପଡାରୁ ୧୧୯, ନୟାଗଡରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୭୧, କୋରାପୁଟରୁ ୬୯, କେନ୍ଦୁଝରରୁ ୬୫, ରାୟଗଡାରୁ ୬୧, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୬, କନ୍ଧମାଳରୁ ୩୮, ବୌଦ୍ଧରୁ ୩୩, ବରଗଡରୁ ୩୧, ବଲାଙ୍ଗିରରୁ ୩୧, ସୋନପୁରରୁ ୨୯, ଗଜପତିରୁ ୨୪, ଗଞ୍ଜାମରୁ ୨୨, ନବରଙ୍ଗପୁରରୁ ୨୨, କଳାହାଣ୍ଡିରୁ ୨୧, ନୂଆପଡାରୁ ୨୦, ସମ୍ବଲପୁରରୁ ୧୮, ଝାରସୁଗୁଡାରୁ ୧୧ ଓ ଦେବଗଡରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୦ ହଜାର ୧୪୨ । ୩୩ ହଜାର ୧୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.