ସବୁ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ରାଜ୍ୟର ସବୁ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।ଅନୁଗୁଳ ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତ ରାୟ, ବଲାଙ୍ଗିର ପାଇଁ ସୁଶାନ୍ତ ସିଂହ, ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ, କଟକ ପାଇଁ ଉଷା ଦେବୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଦେଗଗଡ ପାଇଁ ସୁଶାନ୍ତ ସିଂହ, ଢେଙ୍କାନାଳ ପାଇଁ ବିଜୟ ନାୟକ, ଗଞ୍ଜାମ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ପାଇଁ ସମୀର ରଞ୍ଜନ ଦାଶ, ଯାଜପୁର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡା ପାଇଁ ସୁବାସ ସିଂହ, କଳାହାଣ୍ଡି ପାଇଁ ନବ କିଶୋର ଦାସ, କନ୍ଧମାଳ ପାଇଁ ପ୍ରତାପ ଜେନା, କେନ୍ଦ୍ରାପଡା ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦୁଝର ପାଇଁ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକ, କୋରାପୁଟ ପାଇଁ ଚନ୍ଦ୍ରସାରଥି ବେହେରା, ମୟୂରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ପାଇଁ ତୁଷାରକାନ୍ତି ବେହେରା, ନୂଆପଡା ପାଇଁ ଦିବ୍ୟଶଙ୍କର ମିଶ୍ର, ପୁରୀ ପାଇଁ ରଣେନ୍ଦ୍ର ପ୍ରତାର ସ୍ୱାଇଁ, ରାୟଗଡା ପାଇଁ ଅତନୁ ସବ୍ୟସାଚୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର ପାଇଁ ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ ପାଇଁ ପ୍ରୀତିରଞ୍ଜନ ଘଡାଇଙ୍କୁ ନିଯୁକ୍ତି ଦିଆଯାଇଛି ।

ରାଜ୍ୟର ସବୁ ଜିଲ୍ଲା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ସିନିୟର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତି ଦେଇଛନ୍ତି ।

Comments are closed.