କରୋନା ଅପଡେଟ୍‌: ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ ମାମଲା, ଆଉ ୧୨୫୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଗୋଟିଏ ଦିନର ବ୍ୟବଧାନ ପରେ ଦେଶରେ ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ୫୦,୦୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗ ପୁଣି ୧୨୫୮ ଜଣଙ୍କ ମୁଣ୍ଡ ନେଇଛି ।

ଶନିବାର ଦେଶରେ ୪୮,୬୯୮ ମାମଲା ଆସିଥିଲା ଏବଂ ୧୧୮୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଜୁନ୍ ୨୧ରେ ୪୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ୨ ଲକ୍ଷ ୩୩ ହଜାର ୧୮୩ରେ ପହଞ୍ଚିଛି । ଦେଶରେ ଏଯାବତ ୩ ଲକ୍ଷ ୯୫ ହଜାର ୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୯୫ ଲକ୍ଷ ୫୧ ହଜାର ୦୨୯ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି । ଦେଶରେ ଏବେ ୫ ଲକ୍ଷ ୬୮ ହଜାର ୪୦୩ ଜଣ ସକ୍ରିୟ ରୋଗୀ ଅଛନ୍ତି । ଗତକାଲି ଦେଶରେ ୬୪ ଲକ୍ଷ ୨୫ ହଜାର ଟିକା ଡୋଜ୍ ଦିଆଯାଇଥିଲା । ସମଗ୍ର ଦେଶରେ ଏଯାବତ୍ ମୋଟ ୩୨ କୋଟି ୧୭ ଲକ୍ଷ ଟିକା ଡୋଜ୍ ଦିଆଯାଇଛି ।

Comments are closed.