ରାଜ୍ୟରେ ଆଉ ୩ ହଜାର ୩୧୯ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୫୬୬

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୮୯୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯କୁ ବୃଦ୍ଧି ହୋଇଥିବା ବେଳେ ଏଥିରୁ ୮ ଲକ୍ଷ ୬୭ ହଜାର ୪୦୨ ଜଣ ସୁସ୍ଥ ହୋଇସାରିଲେଣି । ୩୨ ହଜାର ୪୦୪ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କଟକ ଜିଲ୍ଲାରୁ ୫୬୬, ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୭, ଯାଜପୁରରୁ ୧୯୪, ମୟୂରଭଞ୍ଜରୁ ୧୯୯, ପୁରୀରୁ ୧୭୫, ଭଦ୍ରକରୁ ୧୬୩, କେନ୍ଦ୍ରାପଡାରୁ ୧୩୪, ଜଗତସିଂହପୁରରୁ ୧୩୦, ଅନୁଗୁଳରୁ ୧୧୬, ନୟାଗଡରୁ ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମାଲକାନଗିରିରୁ ୭୧, ଢେଙ୍କାନାଳରୁ ୬୯, କେନ୍ଦୁଝରରୁ ୬୫, କୋରାପୁଟରୁ ୫୯, ବରଗଡରୁ ୪୭, ରାୟଗଡାରୁ ୪୩, ନବରଙ୍ଗପୁରରୁ ୩୯, ସୁନ୍ଦରଗଡରୁ ୩୬, କଳାହାଣ୍ଡିରୁ ୩୧, ସମ୍ବଲପୁରରୁ ୨୯, କନ୍ଧମାଳରୁ ୨୩, ଗଞ୍ଜାମରୁ ୧୮, ସୋନପୁରରୁ ୧୭, ବୌଦ୍ଧରୁ ୧୬, ଗଜପତିରୁ ୧୨, ଝାରସୁଗୁଡାରୁ ୧୧, ବଲାଙ୍ଗିରରୁ ୧୦, ଦେବଗଡରୁ ୪ ଓ ନୂଆପଡାରୁ ୪ ଚିହ୍ନଟ ହୋଇଛନ୍ତି ।

Comments are closed.