କେନ୍ଦ୍ରୀୟ ପୁରସ୍କାର ତାଲିକାରେ ଓଡିଶାର ପ୍ରାଧାନ୍ୟ, ମିଳିବ ଶ୍ରେଷ୍ଠ ସମୁଦ୍ର ତଟବର୍ତୀ ରାଜ୍ୟର ପୁରସ୍କାର, ଅନ୍ତର୍ଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡି ଶ୍ରେଷ୍ଠ

ଭୁବନେଶ୍ୱର- ଶ୍ରେଷ୍ଠ ସମୁଦ୍ର ତଟବର୍ତୀ ରାଜ୍ୟ ଭାବେ ଓଡିଶାକୁ ପୁରସ୍କାର ମିଳିବ । କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରାଳୟ ଏହି ପୁରସ୍କାର ଘୋଷଣା କରିଛି । ପୁରସ୍କାର ବାବଦକୁ ରାଜ୍ୟ ସରକାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା । ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ଏହି ପୁରସ୍କାର ମିଳିବ । ଅନ୍ତର୍ଦେଶୀୟ ଜିଲ୍ଲା ଭାବେ କଳାହାଣ୍ଡି ଶ୍ରେଷ୍ଠ ପୁରସ୍କାର ପାଇବ । କଳାହାଣ୍ଡି ଜିଲ୍ଲାକୁ ପୁରସ୍କାର ବାବଦରେ ମିଳିବ ୩ ଲକ୍ଷ ଟଙ୍କା ।

Comments are closed.