ଡିସେମ୍ବର ୧୬ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟିର ପ୍ରସ୍ତାବ, ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ

ପୁରୀ – ଡିସେମ୍ବର ୧୬ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପ୍ରସ୍ତାବ ରଖିଛି । ପ୍ରସ୍ତାବରେ ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବା ପାଇଁ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ କୌଣସି ବେଶ ବେଳେ ବି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଛି କମିଟି । ତେବେ,ମନ୍ଦିର ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇନାହିଁ । ଏଣେ ରାଜ୍ୟରେ ଶ୍ରୀମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ଆବେଦନକାରୀଙ୍କୁ ପ୍ରତିଜବାବ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Comments are closed.