ବାୟୁସେନା ଘାଟି ଉପରେ ଡ୍ରୋନ୍ ଆକ୍ରମଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ନ୍ୟସ୍ତ

ନୂଆଦିଲ୍ଲୀ: ଜମ୍ମୁ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତ ଏନ୍‌ଆଇଏ କରିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ଦାୟିତ୍ୱ ଆନୁଷ୍ଠାନିକ ଭାବେ ଏନ୍‌ଆଇଏକୁ ନ୍ୟସ୍ତ କରିଛି । ଏବେ ଏନ୍‌ଆଇଏ ଏହି ଘଟଣାର ପୂରା ତଦନ୍ତ କରିବ । ଏନେଇ ଜମ୍ମୁ ପୋଲିସ୍ ଠାରୁ ଏହି ଘଟଣାରେ ଏଯାବତ୍ ମିଳିଥିବା ପ୍ରମାଣ ମାଗିଛି ଏନ୍‌ଆଇଏ । ଖୁବଶୀଘ୍ର ଏହି ଘଟଣାରେ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିବ ଏନ୍‌ଆଇଏ ।

ବାୟୁସେନା ଘାଟି ଉପରେ ପ୍ରଥମ ଥର ଡ୍ରୋନ୍ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଏନ୍‌ଆଇଏ, ବାୟୁସେନା, ସ୍ଥାନୀୟ ପୋଲିସ୍ ଏବଂ ଜାତୀୟ ସୁରକ୍ଷା ଗାର୍ଡ ମିଳିତ ଭାବେ କରୁଥିଲେ । ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ଏହାର ପଛରେ କାହାର ହାତ ଅଛି ସେନେଇ କିଛି ସୂଚନା ମିଳିନଥିବା ଯୋଗୁଁ ଏହାର ଦାୟିତ୍ୱ ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି ।

ରବିବାର ବିଳମ୍ବିତ ରାତିରେ ଜମ୍ମୁ ବାୟୁସେନା ବିମାନଘାଟିରେ ଡ୍ରୋନ ଦ୍ୱାରା ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇଜଣ ଯବାନ ଆହତ ହୋଇଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା । ଏହାର ଦିନକ ପରେ ପୁଣି କାଲୁଚକ ମିଲିଟାରୀ ଷ୍ଟେସନ ଉପରେ ମଧ୍ୟ ସୋମବାର ରାତିରେ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା । ସତର୍କ ସୁରକ୍ଷା ବାହିନୀ ଗୁଳି ଚଳାଇବା ପରେ ଡ୍ରୋନ୍ ପଳାଇଥିଲା ।

Comments are closed.