ଭାରତର ଭୁଲ୍ ମାନଚିତ୍ର ପ୍ରସଙ୍ଗ: ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଭାରତର ବିକୃତ ମାନଚିତ୍ର ପ୍ରସଙ୍ଗରେ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ବୁଲନ୍ଦସହର ପୋଲିସ୍ ମାମଲା ରୁଜୁ କରିଛି । ଜଣେ ଆଇଜଜୀବୀଙ୍କ ଅଭିଯୋଗ ପରେ ମହେଶ୍ୱରୀଙ୍କ ବିରୋଧରେ ଆଇଟି ନିୟମର ଧାରା ୭୪ ଅନୁସାରେ ଏଫ୍‌ଆଇଆର୍ ରୁଜୁ କରାଯାଇଥିବା ବୁଲନ୍ଦସହର ଏସ୍‌ପି କହିଛନ୍ତି ।

ଟ୍ୱିଟରର ‘ଟ୍ୱିପ୍ ଲାଇଫ୍‌’ ବିଭାଗରେ ଭାରତର ଏକ ଭୁଲ ମାନଚିତ୍ର ପ୍ରଦର୍ଶିତ ହୋଇଥି ଲା । ଏଥିରେ ଜମ୍ମ-କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଇଯାଇଥିଲା । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟ୍ୱିଟର ଭାରତର ଏହି ବିକୃତ ମାନଚିତ୍ରକୁ ନିଜ ସାଇଟ୍‌ରୁ ହଟାଇ ଦେଇଥିଲା ।

ନୂଆ ଆଇଟି ନିୟମ ନେଇ ପୂର୍ବରୁ ହିଁ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଜାରି ରହିଛି । ନିକଟରେ କପିରାଇଟ୍ ନିୟମ ଉଲ୍ଲଂଘନ ଦର୍ଶାଇ ଟ୍ୱିଟର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ଘଣ୍ଟାଏ ଅଚଳ କରିଦେଇଥିଲା ।

Comments are closed.