ମ୍ୟାଟ୍ରିକ ମୂଲ୍ୟାୟନ ନେଇ ଅସନ୍ତୋଷ ପରେ ସ୍ପଷ୍ଟୀକରଣ ରଖିଲା ବୋର୍ଡ, ଜୁଲାଇରେ ହେବ ଅଫଲାଇନ ଇଂପ୍ରୁଭମେଂଟ ପରୀକ୍ଷା

ଭୁବନେଶ୍ୱର- ମ୍ୟାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି । ନିର୍ଦ୍ଦିଷ୍ଟ କିଛିସ୍କୁଲରୁ ଆସିଥିବା ଅଭିଯୋଗ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ସ୍କୁଲ୍ କିପରି ନମ୍ବର ବଢାଇ ଦେଇଥିଲେ,ତାହା ପ୍ରକାଶ କରିଛନ୍ତି ହାଜରା । ବିଗତ ବର୍ଷ ତୁଳନାରେ ଯଥେଷ୍ଟ ମାର୍କ ବଢାଇ ଦେଇଥିଲେ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନ ପାଇଁ ଶିକ୍ଷାବିତ ଓ ଜିଲ୍ଲାଇ ବିଇଓଙ୍କ ସହ ଆଲୋଚନା ହୋଇଥିଲା । ସ୍ୱତନ୍ତ୍ର କୋର୍ କମିଟି ଗଠନ କରି ମୂଲ୍ୟାୟନ ତର୍ଜମା ହୋଇଛି । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି । ଜୁଲାଇରେ ଅଫଲାଇନ ଇଂପ୍ରୁଭମେଂଟ ପରୀକ୍ଷା ହେବ । ଜୁଲାଇ ୫ରୁ ୧୫ ଯାଏଁ ପରୀକ୍ଷା ପାଇଁ ଫର୍ମ ପୂରଣ ଚାଲିବ । ପରୀକ୍ଷା ଶେଷ ହେବାର ୧୦ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଘୋଷଣା କରିଛନ୍ତି ।

Comments are closed.