ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ହାଜର ହେଲେ ଡିଜିପି, ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ, ଡିସେମ୍ବର ୧୬ରେ ପରବର୍ତୀ ଶୁଣାଣି

ଭୁବନେଶ୍ୱର- ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜି ଅଭୟ ହାଇକୋର୍ଟରେ ହାଜର ହୋଇଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଡିଜିପି ଅଭୟ ହାଜର ହୋଇ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଜଉମୁଦ ଲଫାଫାରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି । ମାମଲାର ପରବର୍ତୀ ଶୁଣାଣି ଡିସେମ୍ବର ୧୬ ତାରିଖରେ ହେବ । ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ହାଇକୋର୍ଟ । ତଦନ୍ତର ଅଗ୍ରଗତି ନେଇ ହାଜର ହେବା ସହ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ପୂର୍ବରୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.