ଭାରତରେ ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକୀୟ ଔଷଧ ନିର୍ମାତା ମଡେର୍ଣ୍ଣାର କୋଭିଡ୍ ଟିକାକୁ ଖୁବଶୀଘ୍ର ଅନୁମତି ମିଳିବା ସମ୍ଭାବନା ରହିଛି । ମଡେର୍ଣ୍ଣା ଏନେଇ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇପାରନ୍ତି ।

ଭାରତରେ ଏହି ଟିକାର ବିତରଣ, ବିକି ଦାୟିତ୍ୱ ଔଷଧ ନିର୍ମାତା ସିପ୍‌ଲା ନେଇଛି । ଭାରତରେ ସମ୍ପ୍ରତି କୋଭିଡ୍‌-୧୯ ବିରୋଧରେ ତିନେଟି ଟିକା ବ୍ୟବହାର କରାଯାଉଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’, ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଏବଂ ରୁଷୀୟ ଟିକା ‘ସ୍ପୁଟନିକ-ଭି’ ଟିକା ସମ୍ପ୍ରତି କୋଭିଡ୍ ଟିକାକରଣ ଅଭିଯାନରେ ବ୍ୟବହାର ହେଉଛି ।

Comments are closed.