ବ୍ରାଉନସୁଗାର ବିକୁଥିବା ବେଳେ ବିଏମସି କର୍ମଚାରୀ ଗିରଫ

ଭୁବନେଶ୍ୱର- ବିଏମସି କର୍ମଚାରୀଙ୍କଠାରୁ ଜବତ ହେଲା ବ୍ରାଉନ ସୁଗାର । ଦିଲ୍ଲୀପ ବେହେରା ନାମକ ବିଏମସି କର୍ମଚାରୀଙ୍କଠାରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ । ଦିଲ୍ଲୀପଙ୍କଠାରୁ ୪୦ ଗ୍ରାମ ସୁନା ଗହଣା ଓ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି । ୫ଟି ମୋବାଇଲ ଓ ଗୋଟିଏ ସ୍କୁଟି ବି ଜବତ କରିଛି ପୋଲିସ । ଦିଲ୍ଲୀପ ବିଏମସିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ବିଏମସି ହସପିଟାଲ ନିକଟରେ କୋଡ୍ ୱାର୍ଡରେ ବ୍ରାଉନସୁଗାର ବିକୁଥିଲେ ଦିଲ୍ଲୀପ । ପୋଲିସ ଛଦ୍ମବେଶରେ ଯାଇ ଦିଲ୍ଲୀପଙ୍କୁ ଗିରଫ କରିଥିଲା ।

Comments are closed.