ରାଜ୍ୟରେ କୋରୋନା ମୃତ୍ୟୁ ୪ ହଜାର ପାର୍‌, ଦିନକରେ ୪୮ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୪୮ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ଓ ନୟାଗଡ ଜିଲ୍ଲାରେ ୫ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଓ ସୁନ୍ଦରଗଡରେ ୪ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡାରେ ୨ ଜଣ ଲେଖାଏଁ ରୋଗୀଙ୍କ ଜୀବନ ଯାଇଛି । ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏଁ କୋଭିଡ ରୋଗୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୧୮କୁ ବୃଦ୍ଧି ପାଇଛି ।

Comments are closed.