ଜୁନ ମାସରେ ରାଜ୍ୟରେ ୧୭ ପ୍ରତିଶତ କମ୍ ବର୍ଷା, ୧୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର- ଜୁନ୍ ମାସରେ ରାଜ୍ୟରେ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି । ୧୪ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । ସ୍ୱାଭାବିକଠାରୁ ୨୦ ପ୍ରତିଶତରୁ ୫୯ ପ୍ରତିଶତ ଯାଏଁ କମ୍ ବର୍ଷା ହୋଇଥିବା ସୂଚନା ମିଳିଛି । ୪ଟି ଜିଲ୍ଲାରେ ୨୦ ପ୍ରତିଶତରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ହୋଇଛି । ଅବଶିଷ୍ଟ ୧୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୭ ଦଶମିକ ୫ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୪ ଦଶମିକ ୩ ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକ ଜିଲ୍ଲାରେ ୫୨ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ୫୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ପୁରୀରେ ସର୍ବାଧିକ ୪୬ ପ୍ରତିଶତ ଓ କୋରାପୁଟରେ ୩୫ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Comments are closed.