ରାଜ୍ୟରେ ୩ ହଜାର ୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୮୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ସଙ୍ଗରୋଧରୁ ୧ ହଜାର ୭୭୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଓ କଟକରୁ ୪୬୨ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୪୬, ଯାଜପୁରରୁ ୨୦୫, ପୁରୀରୁ ୧୮୯, ମୟୂରଭଞ୍ଜରୁ ୧୫୪, ଭଦ୍ରକରୁ ୧୪୫, ନୟାଗଡରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୯୫, ମାଲକାନଗିରିରୁ ୮୪, ଅନୁଗୁଳରୁ ୭୮, କୋରାପୁଟରୁ ୭୭, କେନ୍ଦୁଝରରୁ ୭୨, ଜଗତସିଂହପୁରରୁ ୬୦ କେନ୍ଦ୍ରାପଡାରୁ ୭୦, ସୁନ୍ଦରଗଡରୁ ୫୯, ବରଗଡରୁ ୩୬, ନବରଙ୍ଗପୁରରୁ ୩୫, ବୌଦ୍ଧରୁ ୩୫, ସମ୍ବଲପୁରରୁ ୩୧, କନ୍ଧମାଳରୁ ୨୮, ସୋନପୁରରୁ ୨୪, ଗଞ୍ଜାମରୁ ୨୨, ରାୟଗଡାରୁ ୨୧, ବଲାଙ୍ଗିରରୁ ୨୧, କଳାହାଣ୍ଡିରୁ ୧୭, ଗଜପତିରୁ ୧୬, ନୂଆପଡାରୁ ୬,ଝାରସୁଗୁଡାରୁ ୫ ଓ ଦେବଗଡରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରୋ ମୋଟ କୋରୋନା ପଜିଟିଭିଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇସାରିଲେଣି ୮ ଲକ୍ଷ ୭୭ ୫୪୦ । ୩୧ ହଜାର ୨୩୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.