ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ଜାଏଡସ୍ କାଡିଲା

ନୂଆଦିଲ୍ଲୀ: ଜାଏଡସ୍ କାଡିଲା ନିଜର କୋଭିଡ୍ ଟିକା ‘ଜାଏକୋଭ୍‌-ଡି’ର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି । ଏହି କୋଭିଡ୍ ଟିକା ତିନି ଡୋଜ୍ ବିଶିଷ୍ଟ ଏବଂ ଏହାକୁ ବିନା ସିରିଞ୍ଜ୍‌ରେ ଦେଇ ହେବ । ଏହି ଟିକା ପିଲାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

ଜାଏଡସ୍ କାଡିଲା ଦେଶରେ ନିଜ କୋଭିଡ୍ ଟିକାର ୧୨୦ ମିଲିୟନ ଡୋଜ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ଯଦି ‘ଜାଏକୋଭ-ଡି’କୁ ଅନୁମତି ମିଳେ, ତେବେ କରୋନା ବିରୋଧୀ ଟିକାକରଣ ଅଭିଯାନରେ ଏହା ହେବ ଭାରତର ପଞ୍ଚମ ଭାକ୍ସିନ । ପୂର୍ବରୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ‘କୋଭିଶିଲ୍ଡ’, ଭାରତ ବାୟୋଟେକର ‘କୋଭାକ୍ସିନ’, ରୁଷ୍‌ର ‘ସ୍ପୁଟନିକ-ଭି’ ଟିକାର ବ୍ୟବହାର ଭାରତରେ ହେଉଥିବା ବେଳେ ନିକଟରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଆମେରିକୀୟ କମ୍ପାନୀ ମଡେର୍ଣ୍ଣା ଦ୍ୱାରା ପ୍ରସ୍ତୁତ ଟିକାକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ।

Comments are closed.