ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକାତାରୁ ଓଡିଶା ଆଣିବା ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର- ଖୁବ୍ ଶୀଘ୍ର ଓଡିଶାକୁ ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ବର୍ତ୍ତମାନ ଏହି ବିମାନ କୋଲକାତାରେ ରହିଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ବହୁ ସ୍ମୃତି ବହନ କରୁଥିବା ଏହି ବିମାନ ଓଡିଶା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡିଶା ଆସିଲେ ବିମାନଟିକୁ ଭୁବନେଶ୍ୱର ବିମାନବନ୍ଦର ଗୋଲେଇ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ । ଏଥିପାଇଁ ଜିଏ ବିଭାଗ ଅନୁମତି ଦେଇସାରିଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ-ଏଏଆଇକୁ ମଧ୍ୟ ଅନୁମତି ମଗାଯାଇଛି । ବିମାନକୁ କୋଲକାତାରୁ କିପରି ଅଣାଯିବ, ସେଥିପାଇଁ ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ଏନଓସି ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ବିଜୁବାବୁଙ୍କ ଏହି ଡାକୋଟା ବିମାନକୁ ଆଣିବା ଲାଗି ଗବେଷକ ଅନୀଲ ଧୀର ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ।

ବିଜୁ ବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରରାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ଥିଲା ଅନ୍ୟତମ । ବିଜୁବାବୁଙ୍କ ଏହି ବିମାନ ପସନ୍ଦ ଥିଲା । ସେ ଏହି ଡାକୋଟା ଉଡାଉଥିଲେ ।

Comments are closed.