ଇସଲାମାବାଦରେ ଭାରତୀୟ ହାଇକମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଉଡିଲା ଡ୍ରୋନ୍ , ଭାରତର କଡା ଆପତ୍ତି

ନୂଆଦିଲ୍ଲୀ – ଇସଲାମାବାଦରେ ଭାରତୀୟ ହାଇକମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରୋନ୍ ଉଡିବା ଦେଖାଦେଇଛି । ଏହା ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ବୋଲି ଦର୍ଶାଇ ଭାରତ ତୀବ୍ର ପ୍ରତିବାଦ କରିଛି । ସେପଟେ ଜାମ୍ମୁରେ ତୃତୀୟ ଥର ପାଇଁ ଡ୍ରୋନ ଉଡିଥିବା ଦେଖାଯାଇଛି । ଅରନିଆ ସେକ୍ଟର ନିକଟସ୍ଥ ଆନ୍ତର୍ଜାତିକ ସୀମାରେ ଡ୍ରୋନ୍ ଦେଖାଯିବା ପରେ ବିଏସଏଫ ଯବାନ ଗୁଳି ଚଳାଇଥିଲେ । ଏହାପରେ ଡ୍ରୋନ୍ ଅଦୃଶ୍ୟ ହୋଇଯାଇଥିଲା ।

Comments are closed.