ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାୱତ, ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ

ଡେରାଡୁନ୍:ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ ମାସ ପରେ ତୀରଥ ସିଂ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ୍ ଶନିବାର ଦିନ ରାଜ୍ୟ ପାର୍ଟି ମୁଖ୍ୟାଳୟରେ ଏହାର ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ରାଜ୍ୟର ପାର୍ଟି ମିଡିଆ ଦାୟିତ୍ୱରେ ଥିବା ମନବୀର ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟ ସଭାପତି ମଦନ କୌଶିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ତିନିଟାରେ ଅନୁଷ୍ଠିତ ହେବ।

ସେ କହିଛନ୍ତି ଯେ ଶନିବାର ବୈଠକରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କୁ ସୂଚନା ଦିଆଯାଇଛି। ଏହି ବୈଠକରେ ନୂତନ ସିଏମଙ୍କ ନାମ ଉପରେ ଆଲୋଚନା କରାଯାଇପାରେ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଭିତରେ ଦିଲ୍ଲୀର ତିନି ଦିନିଆ ଗସ୍ତରୁ ଫେରିବା ମାତ୍ରେ ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି।

Comments are closed.