କରୋନା ଅପଡେଟ୍: ଦେଶରେ ଆଉ ୪୪,୧୧୧ ନୂଆ ଆକ୍ରାନ୍ତ, ପାଞ୍ଚ ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଟଳି ନାହିଁ। ଏବେ ବି ଦୈନିକ ପ୍ରାୟ ୫୦ ହଜାର ନୂଆ ମାମଲା ଆସୁଛି | ତେବେ ଜୁନ୍ ୨୭ ଠାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୪,୧୧୧ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୭୩୮ ରୋଗୀ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଗତ ୨୪ ଘଣ୍ଟା ମଧ୍ୟରେ ୫୭୪୭୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ଗତକାଲି ୧୪,୧୦୪ ସକ୍ରିୟ ମାମଲା ହ୍ରାସ ପାଇଛି।

ଦେଶରେ ଏବେ ମୋଟ କରୋନା ମାମଲା – ତିନି କୋଟି ୫ ଲକ୍ଷ ୨ ହଜାର ୩୬୨ରେ ପହଞ୍ଚିଛି । ଏଯାବତ  ମୋଟ ଦୁଇ କୋଟି ୯୬ ଲକ୍ଷ ୫ ହଜାର ୭୭୯ ଲୋକ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୧ ହଜାର ୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ୪ ଲକ୍ଷ ୯୫ ହଜାର ୫୩୩ ସକ୍ରିୟ ମାମଲା ରହିଛି।

ଦେଶରେ କ୍ରମାଗତ ୫୧ ତମ ଦିନ ପାଇଁ ନୂଆ ମାମଲା ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଜୁଲାଇ ୨ ପର୍ଯ୍ୟନ୍ତ ସାରା ଦେଶରେ ୩୪ କୋଟି ୫୦ ଲକ୍ଷ କରୋନା ଟିକା ଦିଆଯାଇଛି। ଗତକାଲି ୫୦ ଲକ୍ଷ ଟିକା ଦିଆଯାଇଥିଲା। ଏଥିସହିତ ଏପର୍ଯ୍ୟନ୍ତ ୪୧.୬୪ କୋଟି କରୋନା ପରୀକ୍ଷା କରାଯାଇଛି। ଗଲା ଦିନ ପ୍ରାୟ ୧୯ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ ଅଧିକ |

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହିଛି | ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ଅଛି | କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

Comments are closed.