ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ: ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ପୁଷ୍କର ସିଂ ଧାମିଙ୍କୁ ନେତା ଭାବେ ମନୋନୀତ କରାଯାଇଛି । ପୁଷ୍କର ସିଂ ଧାମି ଖତିମା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ସେ ଏହି ଆସନରୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ପିଥୋରାଗଡର ଟୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଧାମି ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ରହିଛନ୍ତି। ନିଜ କଲେଜ ଦିନରେ ସେ ଏବିଭିପିରେ ଯୋଗ ଦେଇଥିଲେ |

ଦାୟିତ୍ବ ନେବାର ଚାରି ମାସ ପରେ ଗତକାଲି ତୀରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନ ସମ୍ଭାବନା କମ୍ ଥିବାରୁ ତୀରଥ ସିଂ ରାୱତଙ୍କୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା ।

Comments are closed.