କରୋନା ଅପଡେଟ୍: ଦିନକରେ ଆଉ ୪୩,୦୭୧ ନୂଆ ମାମଲା, ୯୫୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଜୁନ୍ ୨୭ ପରଠାରୁ କ୍ରମାଗତ ଭାବରେ ୫୦ ହଜାରରୁ କମ୍ ମାମଲା ରିପୋର୍ଟ ହେଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୭୧ ନୂଆ କରୋନା ମାମଲା ଆସିଥିବା ବେଳେ ୯୫୫ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ୪୪,୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ୫୨,୨୯୯ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଗତକାଲି ୧୦,୧୮୩ ସକ୍ରିୟ ମାମଲା ହ୍ରାସ ପାଇଛି।

ଦେଶରେ ଏବେ ମୋଟ ମୋଟ କରୋନା ମାମଲା ତିନି କୋଟି ୫ ଲକ୍ଷ ୪୫ ହଜାର ୪୩୩ରେ ପହଞ୍ଚିଛି।

ଏଯାବତ ମୋଟ ଦୁଇ କୋଟି ୯୬ ଲକ୍ଷ ୫୮ ହଜାର ୭୮ ଲୋକ ସୁସ୍ଥ ହୋଇଛନ୍ତି । କୋଭିଡ-୧୯ରେ ଭାରତରେ ୪ ଲକ୍ଷ ୨ ହଜାର ୫ ଜଣଙ୍କର ମୃତ୍ୟୁ ହୋଇଛି | ବର୍ତ୍ତମାନ ୪ ଲକ୍ଷ ୮୫ ହଜାର ୩୫୦ ସକ୍ରିୟ ମାମଲା ରହିଛି ।

ଦେଶରେ କ୍ରମାଗତ ୫୨ତମ ଦିନ ପାଇଁ ସଂକ୍ରମିତଙ୍କ ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଜୁଲାଇ ୩ ପର୍ଯ୍ୟନ୍ତ ସାରା ଦେଶରେ ୩୬ କୋଟି ୧୨ ଲକ୍ଷ କରୋନା ଟିକା ଦିଆଯାଇଛି। ଗତକାଲି ୬୭ ଲକ୍ଷ ୮୭ ହଜାର ଟିକା ଦିଆଯାଇଥିଲା। ଏହାଛଡା ଏପର୍ଯ୍ୟନ୍ତ ପ୍ରାୟ ୪୨ କୋଟି କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୮ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ ଅଧିକ |

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହିଛି | ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ଅଛି | କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

Comments are closed.