ଲଗାତର ଦ୍ୱିତୀୟ ଦିନ ରାଜ୍ୟରେ ଦୈନିକ ସଂକ୍ରମଣ ତିନି ହଜାର ତଳେ, ଦିନକରେ ୨୮୭୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ଦୈନିକ କୋରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍‌ି ୨ ହଜାର ୮୭୦ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୫୨ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୪୦, ଖୋର୍ଦ୍ଧାରୁ ୩୮୪, ବାଲେଶ୍ୱରରୁ ୨୪୦, ଯାଜପୁରରୁ ୧୯୧, ପୁରୀରୁ ୧୬୫, ମୟୂରଭଞ୍ଜରୁ ୧୬୪, କେନ୍ଦ୍ରାପଡାରୁ ୧୫୭, ଭଦ୍ରକରୁ ୧୨୮, ଜଗତସିଂହପୁରରୁ ୧୧୨, ନୟାଗଡରୁ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୯୯, ସୁନ୍ଦରଗଡରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୬୬, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ରାୟଗଡାରୁ ୫୦, କଳାହାଣ୍ଡିରୁ ୩୬, ନବରଙ୍ଗପୁରରୁ ୩୫, ବଲାଙ୍ଗିରରୁ ୨୯, କନ୍ଧମାଳରୁ ୨୫, ସମ୍ବଲପୁରରୁ ୨୩, ବରଗଡରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୧, ସୁବର୍ଣ୍ଣପୁରରୁ ୧୦, ଗଜପତିରୁ ୭, ନୂଆପଡାରୁ ୭, ଝାରସୁଗୁଡାରୁ ୫, ଦେବଗଡରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ରେ ପହଂଚିଛି । ଏଥିରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୭ ହଜାର ୪୨୦ । ସକ୍ରିୟ ମାମଲା ରହିଛି ୩୦ ହଜାର ୨୨୭ ।

Comments are closed.