ମୟୂରଭଞ୍ଜ ଜିଲ୍ଲାରେ ବୃଦ୍ଧାଙ୍କୁ ହାଣି ମୁଣ୍ଡକାଟିଲେ ଦୁବୃର୍ତ୍ତ 

ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ୬୨ ବର୍ଷିୟା ବୃଦ୍ଧାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଛନ୍ତି ଦୁବୃର୍ତ୍ତ । କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁରେ ଘଟିଛିଏହି ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାର ଶୀକାର ହୋଇଥିବା ବୃଦ୍ଧା ଜଣକ ହେଲେ ଯମୁନା ହାଂସଦା । ରିପୋର୍ଟରୁ ଜଣାପଡିଛି ଯେ, ଗତରାତିରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଆଜି ସକାଳେ ତାଙ୍କର ଗାଁ ଦାଣ୍ଡରେ ତାଙ୍କ ମୁଣ୍ଡବିହୀନ ମୃତଦେହକୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ନୃଶଂସ ହତ୍ୟା କିଏ ଓ କାହିଁକି କରିଛି,ତାହାର ତନାଘନା ଚଳାଇଛି ପୋଲିସ ।

Comments are closed.