କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର-କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ମେଡିକାଲକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଗତମାସ ୧୭ ତାରିଖରେ ପ୍ରସ୍ତୁତ ଏସଓପି ସମସ୍ତଙ୍କୁ ପଠାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ଶିଶୁଙ୍କୁ କୋରୋନାର ତୃତୀୟ ପ୍ରବାହ ଅଧିକ ପ୍ରଭାବିତ କରିବା ଆଶଙ୍କା ଥିବାରୁ ସବୁ ଡାକ୍ତର ଓ ନର୍ସଙ୍କୁ ଏହାର ମୁକାବିଲା ପାଇଁ ବିଶେଷ ଟ୍ରେନିଂ ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ଓ ଦେବଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ମେଡିକାଲ କଲେଜ ଖୋଲାଯିବା ସହ ରାଜ୍ୟର ବିଭିନ୍ନ ହସପିଟାଲରେ ଶିଶୁମାନଙ୍କ ପାଇଁ ସବୁ ପ୍ରକାର ବେଡ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଦ୍ୱିତୀୟ ପ୍ରବାହ ନିୟନ୍ତ୍ରଣ ହେଉଛି ବୋଲି ସେ କହିଛନ୍ତି ।

Comments are closed.