ରାଜ୍ୟରେ ଆସନ୍ତା ୮ ଯାଏଁ ବର୍ଷା ପୂର୍ବାନୁମାନ, ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର – ରାଜ୍ୟର ୭ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୭ ଓ ୮ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ରାଜ୍ୟରେ ଏବେ ସୁଦ୍ଧା ୨୦୯ ଦଶମିକ ୩ ମିମି ବର୍ଷା ହୋଇଛି । ସ୍ୱାଭାବିକ ହାରଠାରୁ ଏହା ୧୮ ପ୍ରତିଶତ କମ୍ ।

Comments are closed.