କରୋନା ଅପଡେଟ୍‌: ଦେଶରେ ଆଉ ୩୯,୭୯୬ ଆକ୍ରାନ୍ତ ଚିହ୍ନଟ, ୭୨୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଆ ୩୯,୭୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୯ ପରେ ଏହି ସଂଖ୍ୟା ହେଉଛି ସର୍ବନିମ୍ନ । ଦିନକରେ ଏହି ଘାତକ ରୋଗ ଆଉ ୭୨୩ ଜଣଙ୍କର ମୁଣ୍ଡ ନେଇଛି । କୋଭିଡ୍‌-୧୯ରୁ ଆଉ ୪୨,୩୫୨ ଲୋକ ସୁସ୍ଥ ହୋଇଛନ୍ତି । କ୍ରମାଗତ ୫୩ତମ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୮୫ ହଜାର ୨୨୯ରେ ପହଞ୍ଚିଛି । କରୋନାରୁ ଏଯାବତ ୨ କୋଟି ୯୭ ଲକ୍ଷ ୪୩୦ ଜଣ ସୁସ୍ଥ ହୋଇଥିବା ବେଳେ ୪ କୋଟି ଦୁଇ ହଜାର ୨୭୮ ଜଣ ପ୍ରାଣ ହରାଇଛନ୍ତି । ସଂକ୍ରମଣ ହ୍ରାସ ପାଇବା ସହ ସକ୍ରିୟ ମାମଲା ମଧ୍ୟ ଖସିବାରେ ଲାଗିଛି । ଭାରତରେ ଏବେ ୪ ଲକ୍ଷ ୮୨ ହଜାର ୭୧ ସକ୍ରିୟ ରୋଗୀ ଅଛନ୍ତି । ଯାହା ମୋଟ ମାମଲାର ୧.୫୯ ପ୍ରତିଶତ ।
କୋଭିଡ୍‌-୧୯ ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଗତ ୨୪ ଘଣ୍ଟାରେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ସମଗ୍ର ଦେଶରେ ମୋଟ ୩୫ କୋଟି ୧୨ ଲକ୍ଷ ୨୧ ହଜାର ୩୦୬ ଟିକା ଡୋଜ୍ ଦିଆସରିଛି ।

Comments are closed.