କୋରୋନାର ତୃତୀୟ ପ୍ରବାହ ମୁକାବିଲା ଲାଗି ତିନିଟି ଦିଗ ଉପରେ ଧ୍ୟାନ ଦେବା ଜରୁରୀ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହ ମୁକାବିଲା ପାଇଁ ତିନିଟି ଦିଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟିକାକରଣ ତ୍ୱରାନ୍ୱିତ କରିବା, ସର୍ଭେଲାନ୍ସ ଜାରି ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ପ୍ରତି ଗୁରୁତ୍ୱ ଦିଆଯିବା ଦରକାର । ତୃତୀୟ ପ୍ରବାହ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ । ଶିଶୁମାନଙ୍କ ଚିକିତ୍ସା ଉପରେ ଫୋକସ ରହିବ । ସେ ଦିଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ରାଜ୍ୟରେ ମୃତ୍ୟୁସଂଖ୍ୟା ଆଉ କିଛି ଦିନ ଉପରମୁହାଁ ହୋଇ ରହିବ । ଜିଲ୍ଲାସ୍ତରରେ ଅଡିଟ ରିପୋର୍ଟ ଆସିବା ପରେ ହିଁ କେଉଁ ଦିନ କେତେ ମୃତ୍ୟୁ ହେଉଛି, ତାହା କହିହେବ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି ।

Comments are closed.