କମୁଛି ସଂକ୍ରମଣ, ତିନି ହଜାର ତଳେ ସ୍ଥିର ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪୮୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୪୮୭ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୪୨୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୨୨ ଓ ଖୋର୍ଦ୍ଧା ଜିଲ୍ଲାରୁ ୪୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୦୨, ବାଲେଶ୍ୱରରୁ ୧୫୭, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଭଦ୍ରକରୁ ୧୧୩, ମୟୂରଭଞ୍ଜରୁ ୧୦୩, କେନ୍ଦ୍ରାପଡାରୁ ୮୭, ନୟାଗଡରୁ ୮୦, ଅନୁଗୁଳୁ ୭୯, କେନ୍ଦୁଝରରୁ ୬୮, ଢେଙ୍କାନାଳରୁ ୫୯, ମାଲକାନଗିରିରୁ ୫୪, କୋରାପୁଟରୁ ୫୨, ସୁନ୍ଦରଗଡରୁ ୨୮, ସମ୍ବଲପୁରରୁ ୨୬, ରାୟଗଡାରୁ ୨୬, ନବରଙ୍ଗପୁରରୁ ୨୩, କନ୍ଧମାଳରୁ ୨୩, ବରଗଡରୁ ୨୨, ବଲାଙ୍ଗିରରୁ ୧୬, ଗଞ୍ଜାମରୁ ୧୪, ସୁବର୍ଣ୍ଣପୁରରୁ ୧୪, ବୌଦ୍ଧରୁ ୧୨, ଝାରସୁଗୁଡାରୁ ୧୨, ଗଜପତିରୁ ୧୧, ଦେବଗଡରୁ ୯, କଳାହାଣ୍ଡିରୁ ୭ ଓ ନୂଆପଡାରୁ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇସାରିଲେଣି ୮ ଲକ୍ଷ ୯୪ ହଜାର ୧୦୪ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮ ହଜାର ୭୩୦ ରହିଛି ।

Comments are closed.