ଭୀମଟାଙ୍ଗି ମର୍ଡର : ସୁଇସାଇଡ ନୋଟରୁ ହତ୍ୟାର କାରଣ ଖୋଜିଛି ପୋଲିସ

ଭୁବନେଶ୍ୱର – ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଜଗନ୍ନାଥର ସୁଇସାଇଡ ନୋଟ୍‌ରୁ ହତ୍ୟାର କାରଣ ଖୋଜିଛି ପୋଲିସ । ସଂପର୍କ ତୁଟାଇବାର ନିଷ୍ପତ୍ତି ହିଁ ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିଛି । ପ୍ରିୟଙ୍କାଙ୍କୁ ହତ୍ୟା କଲା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ସୁସ୍ଥ ହେଲା ପରେ ତାକୁ ଗିରଫ କରି ପୋଲିସ ଜେରା କରିବ । ଭୀମଟାଙ୍ଗିରେ ରହୁଥିବା ପ୍ରିୟଙ୍କାଙ୍କୁ ଗତକାଲି ହତ୍ୟା କରାଯାଇଥିଲା । ତାଙ୍କ ସ୍ୱାମୀ ଘରେ ନ ଥିବା ବେଳେ ଅଭିଯୁକ୍ତ ପ୍ରିୟଙ୍କାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ପ୍ରିୟଙ୍କାଙ୍କୁ ମାରିବା ପରେ ଅଫିସରେ ଥିବା ସ୍ୱାମୀ ରାକେଶଙ୍କୁ ଭିଡିଓ କଲ୍ କରିଥିଲା ଜଗନ୍ନାଥ । କିନ୍ତୁ ସେ କଲ୍ ରିସିଭ ନ କରିବାରୁ ପ୍ରିୟଙ୍କାଙ୍କ ରକ୍ତ ଜୁଡୁବୁଡୁ ଫଟୋ ପଠାଇଥିଲା ।

Comments are closed.