ପୁରୀ ଓ ଜଗତସିଂହପୁର ଜିଲ୍ଲାରେ କୋରୋନା ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର – କୋରୋନା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ ଦଳ ଆଜି ପୁରୀ ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବ । ଦୁଇ ଜିଲ୍ଲାରେ କୋରୋନା ସ୍ଥିତିର ସମୀକ୍ଷା କରିବ ଦଳ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ ସ୍ୱାସ୍ଥ୍ୟ ବିଭାଗ ସହ ଅଧିକ ସଂକ୍ରମଣ ରହୁଥିବା ଜିଲ୍ଲାଗୁଡିକ ସଂପର୍କରେ ଆଲୋଚନା କରିଥିଲା । କେନ୍ଦ୍ରୀୟ ଦଳରେ ଶିବାନୀ ଦତ୍ତ୍ ଓ ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି । କୋରୋନା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର ।

Comments are closed.