ଓଡିଶାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ସଂପର୍କିତ ସବୁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ –ଓଡିଶାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ସବୁ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏଥିମଧ୍ୟରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ବି ସାମିଲ ରହିଛି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ପୁରୀକୁ ଛାଡିଦଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ କିିଛି ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ହାଇକୋର୍ଟ ଏହି ପ୍ରସଙ୍ଗରେ ହସ୍ତ କ୍ଷେପ କରିବାକୁ ମନା କରିଦେଇଥିଲେ ।

Comments are closed.