ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ, ୧୨ ଆହତ

ଶ୍ରୀନଗର – ଜାମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀର ଏକ ପାଟ୍ରୋଲିଂ ଦଳ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ୧୨ ଜଣ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । ଏହି ଘଟଣ।। ପୁଲୱାମା ଜିଲ୍ଲାର କାକାପୋରା ଅଞ୍ଚଳରେ ଘଟିଛି । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟକରି ଆକ୍ରମଣ କରିଥିଲେ । ତେବେ ଗ୍ରେଡେନ ଲକ୍ଷ୍ୟଚ୍ୟୁତ ହୋଇ ରାସ୍ତାରେ ପଡି ବିସ୍ଫୋରଣ ହୋଇଥିଲା । ଫଳରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରଖିଛନ୍ତି ।

ଗତ ଶୁକ୍ରବାର ପାକିସ୍ତାନୀ ସେନା ତରଫରୁ ଜାମ୍ମୁ-କାଶ୍ମୀରର ଉରିରୁ ଗୁରେଜ ସେକ୍ଟର ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖାର ଅନେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଳଂଘନ କରାଯାଇଥିଲା । ପାକିସ୍ତାନର ଗୁଳିମାଡ଼ରେ ଭାରତର ଚାରି ଜଣ ଯବାନ ସହିଦ୍ ହୋଇଥିବା ବେଳେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଭାରତ ତରଫରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା । ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନର ୮ ଜଣ ସୈନିକ ନିହତ ହୋଇଥିଲା ବେଳେ ଅନେକ ପାକ୍ ବଙ୍କର ଓ ପୋଷ୍ଟ ଧ୍ୱଂସ ହୋଇଥିଲା ।

Comments are closed.