କୋରୋନାରେ ଆଉ ୫୯ ଜଣ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ଯୋଗୁଁ ରାଜ୍ୟରେ ଆଉ ୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଡେଥ୍ ଅଡିଟ୍ ପରେ ମୃତକଙ୍କ ତାଲିକା ଜାରି କରିଛି ବିଭାଗ । ସଦ୍ୟ ତାଲିକା ଅନୁସାରେ କୋରୋନା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରେ ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଅଛନ୍ତି । ବରଗଡ ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୫, ଢେଙ୍କାନାଳରୁ ୫, ଗଞ୍ଜାମରୁ ୪, ରାୟଗଡାରୁ ୪, ସୁନ୍ଦରଗଡରୁ ୪, ନୟାଗଡରୁ ୪, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୩, ନବରଙ୍ଗପୁରରୁ ୩, କଟକ ଜିଲ୍ଲାରୁ ୨, ଯାଜପୁରରୁ ୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୨, ଅନୁଗୁଳରୁ ୧, ଜଗତସିଂହପୁରରୁ ୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.