ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ସିମଲା – ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କର ପରଲୋକ ହୋଇଯାଇଛି । ୮୭ ବର୍ଷ ବୟସରେ ଆଖି ବୁଜିଛନ୍ତି ବୀରଭଦ୍ର । ଦୀର୍ଘ ଦିନ ଅସୁସ୍ଥ ଥିଲେ ବୀରଭଦ୍ର । ସୋମବାର ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ବୀରଭଦ୍ର ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ୟୁପିଏ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ବି ହୋଇଥିଲେ । ତାଙ୍କ ମୃତ୍ୟୁରେ ହିମାଚଳ ପ୍ରଦେଶ ସରକାର ତିନି ଦିନ ପାଇଁ ଶୋକ ଘୋଷଣା କରିଛନ୍ତି ।

Comments are closed.