ତିନି ହଜାର ତଳେ ସ୍ଥିର ଦୈନିକ କୋରୋନା ସଂକ୍ରମଣ, ଦିନକରେ ଆଉ ୨୫୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ତିନି ହଜାର ତଳେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୫୪୨ ନୂଆ ପଜିଟିଭ । ସଙ୍ଗରୋଧରୁ ୧ ହଜାର ୪୫୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୮୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୨୮, ଖୋର୍ଦ୍ଧା ଜିଲ୍ଲାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତସିଂହପୁରରୁ ୧୨୮, ମୟୂରଭଞ୍ଜରୁ ୧୨୪, ଭଦ୍ରକରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡରୁ ୭୮, କେନ୍ଦୁଝରରୁ ୬୯, ଅନୁଗୁଳରୁ ୬୦, ସୁନ୍ଦରଗଡରୁ ୫୭, ମାଲକାନଗିରିରୁ ୪୨, କୋରାପୁଟରୁ ୪୦, ରାୟଗଡାରୁ ୩୭, ଢେଙ୍କାନାଳରୁ ୩୪, ସମ୍ବଲପୁରରୁ ୨୮, ଝାରସୁଗୁଡାରୁ ୨୪, କନ୍ଧମାଳରୁ ୧୯, ବରଗଡରୁ ୧୭, ଗଜପତିରୁ ୧୫, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, କଳାହାଣ୍ଡିରୁ ୧୦, ନୂଆପଡାରୁ ୮, ଦେବଗଡରୁ ୭, ବୌଦ୍ଧରୁ ୭ ସୁବର୍ଣ୍ଣପୁରରୁ ୫ ଓ ବଲାଙ୍ଗିରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୯ ଲକ୍ଷ ୩୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଲକ୍ଷ ୨୮୨ ସୁସ୍ଥ ହୋଇସାରିଲେଣି । ୨୭ ହଜାର ୫୮୦ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.